ଗାଁରେ ହେଉଥିବା ଅନିୟମିତତାକୁ ନେଇ ଉପଜିଲାପାଳଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଲୋଇସିଂହା, ୧୪।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମୁରସୁଣ୍ଢି ଗାଁରେ ଉପଜିଲାପାଳ ସଞ୍ଜୟ ମିଶ୍ରଙ୍କୁ ଗୁରୁବାର ଗ୍ରାମବାସୀ ଅଟକ ରଖିଛନ୍ତି। ଗାଁରେ ହେଉଥିବା ବିଭିନ୍ନ ଅନିୟମିତତା ତଥା ଦୁର୍ନୀତିକୁ ନେଇ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଉପଜିଲାପାଳ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଗାଁକୁ ଆସିଥିବା ବେଳେ ନରସିଂହ ମନ୍ଦିରଠାରେ ମଧ୍ୟାହ୍ନରେ ମହିଳାମାନେ ତାଙ୍କୁ ଘେରିଯାଇ ଅଟକ ରଖିଛନ୍ତି। ସ୍ଥାନୀୟ ପୋଲିସ ଓ ବ୍ଲକ ପ୍ରଶାସକ ଏହାର ସୁରାକ ପାଇ ନ ଥିବା ଜଣାପଡ଼ିଛି।

Share