Categories: ଫୁରସତ

ଗାଁର ଲୋକସଂଖ୍ୟା ୨୭ : ଟାଇମ୍‌ ପାସ ପାଇଁ କରିଥାନ୍ତି ଏମିତି କାମ

ବିଶ୍ୱରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏମିତି ଏକ ଗାଁ ରହିଛି ଯେଉଁଠି ମାତ୍ର ୨୭ ଜଣ ଲୋକ ରହୁଛନ୍ତି। ଭାରି ଏକା ଏକା ଲାଗେ ଏଠାକାର ଲୋକଙ୍କୁ। ଫଳରେ ଏହି ଏକୁଟିଆ ପଣ ଦୂରେଇବା ପାଇଁ ଖାସ୍‌ କରି ଗାଁର ଲୋକେ ଏମିତି ଏକ ତରିକା ଆପଣାଇଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗାଁ ଲୋକେ ଏକୁଟିଆ ରହୁଥିବା ଅନୁଭବ କରିବେ ନାହିଁ ବୋଲି ଘର ବାହାରେ ବିଭିନ୍ନ କଣ୍ଢେଇ ରଖିଛନ୍ତି। ଏମିତି ଏକ ଗାଁ ରହିଛି ଜାପାନରେ। ଯେଉଁଠି କିଛିବର୍ଷ ଧରି ଲୋକସଂଖ୍ୟା କମିବାରେ ଲାଗିଛି। ଏଠାକାର ସହରଠାରୁ ଆରମ୍ଭ କରି ଗାଁରେ ଲୋକସଂଖ୍ୟା କମିକମି ଯାଉଛି। ଜାପାନର ସିକୋକୁ ଟାପୁ ଉପରେ ଥିବା ନାଗୋରା ଗାଁର ଲୋକସଂଖ୍ୟା ମାତ୍ର ୨୭। ଲୋକସଂଖ୍ୟା ଏତେ କମ୍‌ ଥିବାରୁ ଏଠାରେ ପିଲା ନାହାନ୍ତି।

ତେଣୁ ଶ୍ରେଣୀକକ୍ଷରେ ମଧ୍ୟ କଣ୍ଢେଇଗୁଡ଼ିକୁ ରଖିଥାନ୍ତି ଲୋକେ। ଏହି ଗାଁରେ ରହୁଥିବା ସୁକିମୀ ଆୟୋନ ନାମକ ଜଣେ ମହିଳା କୁହନ୍ତି, କମ୍‌ ଲୋକ ସଂଖ୍ୟା ଥିବାରୁ ଲୋକେ ୨୭୦ଟି କଣ୍ଡେଇ ରଖିଛନ୍ତି। ପ୍ରାୟ ୧୬ ବର୍ଷ ପୂର୍ବରୁ ଗାଁରେ କଣ୍ଢେଇ ତିଆରି କରିବା ଆରମ୍ଭ ହୋଇଥିଲା।

ସୁକିମୀ ପ୍ରଥମେ କଣ୍ଢେଇ ତିଆରି କରିଥିଲେ। ପରେ ଅନ୍ୟମାନେ ତିଆରି କରିଥିଲେ। ଗ୍ରାମର ଲୋକେ ସହରକୁ ଚାଲିଗଲେ। ଫଳରେ ମାତ୍ର ୨୭ ଜଣ ରହିଲେ। ସେହିଦିନଠାରୁ ଏହି ଏକୁଟିଆପଣ ଦୂର କରିବାକୁ ଗ୍ରାମବାସୀ ଏମିତି କରିଆସୁଛନ୍ତି। ଖାଲି ସେତିକି ନୁହେଁ ଗାଁ ଭରପୂର ଦେଖାଯିବା ପାଇଁ କ୍ଷେତବାଡ଼ିରେ ମଧ୍ୟ କଣ୍ଢେଇସବୁ ରଖାଯାଇଛି।

Share