ଗାଁ ଦାଣ୍ଡ ଧୋଇଲେ, ଘର କାନ୍ଥ ବିଶୋଧନ କଲେ ଗ୍ରାମବାସୀ

କଣ୍ଟାପଡା, ୫|୪(ଡି.ଏନ.ଏ.) – ମହାମାରୀ କରୋନା ପ୍ରକୋପରୁ ଗାଁକୁ ସୁରକ୍ଷା ଦେବାପାଇଁ ଗତ ୩ ଦିନହେଲା କଟକ ଜିଲା ଅନ୍ତର୍ଗତ କଣ୍ଟାପଡା ଗାଁର ବିଭିନ୍ନ ରାସ୍ତାକୁ ସିଲ କରିଦିଆ ଯାଇଛି। ଏହାସତ୍ତ୍ୱେ କେତେଜଣ ସଂକ୍ରମଣ ଆଶଙ୍କା ରହିଛି। ଫଳରେ ଗ୍ରାମବାସୀମାନେ ସ୍ଵଛତାକୁ ଗୁରୁତ୍ୱ ଦେଇ ଗାଁକୁ ବିଶୋଧନ କରିଛନ୍ତି। ରବିବାର ଗ୍ରାମର ମହିଳା, ଯୁବକ ଓ ବୟସ୍କ ବ୍ୟକ୍ତିମାନେ ଦାଣ୍ଡଧୋଇବା ଆରମ୍ଭ କରିଛନ୍ତି। ସରପଞ୍ଚ ପ୍ରୀତି ବେହେରା, ଅଜୟ ବେହେରାଙ୍କ ନେତୄତ୍ବରେ ବ୍ଲିଚିଂ ପାଉଡର ପକାଯାଇ ଦାଣ୍ଡ ଧୁଆଯାଇଛି। ସେହିପରି ଯୁବକମାନେ ଗାଁର ବିଭିନ୍ନ ଘରେ ସାନିଟାଇଜର ସ୍ପ୍ରେ କରିଥିବା ଜଣାପଡିଛି।

Share