ଗାଁ ପ୍ରବେଶପଥକୁ ବନ୍ଦ କଲେ ଗ୍ରାମବାସୀ

ଭଦ୍ରକ ଅଫିସ, ୩୧ା୩-ପ୍ରଶାସନିକ କଟକଣାକୁ ନ ମାନି କେତେକ ଗ୍ରାମବାସୀ ଲକ୍‌ ଡାଉନ ସମୟରେ ବାହାରେ ଚଳାଚଳ କରୁଛନ୍ତି। ଏହି କଟକଣାକୁ କଡ଼ାକଡ଼ି କରିବା ପାଇଁ ଭଦ୍ରକ ବ୍ଲକର କିଛି ଗାଁର ପ୍ରବେଶ ପଥକୁ ବାଉଁଶ ଓ କଣ୍ଟାରେ ବାନ୍ଧି ଯେଭଳି ଗାଁକୁ କେହି ଆସିପାରିବେ ନାହିଁ କିମ୍ବା ଗାଁର କେହି ଲୋକ ଗାଁ ବାହାରକୁ ଯାଇପାରିବେ ନାହିଁ ସେଭଳି ବ୍ୟବସ୍ଥା କରିଛନ୍ତି। ସହରର ଉପକଣ୍ଠ ଦଇସିଂ ପଞ୍ଚାୟତର ବଢ଼େଇଗଡିଆ ଗଁାର ଅଙ୍ଗନୱାଡ଼ି କର୍ମୀ ପ୍ରଜ୍ଞାପରମିତା ନାୟକଙ୍କ ଉଦ୍ୟମରେ କେତେକ ମହିଳା ପ୍ରବେଶ ପଥରେ ବାଉଁଶ ବାନ୍ଧି ବନ୍ଦ କରିଥିବା କୁହାଯାଇଛି। ସେହିଭଳି ଭଦ୍ରକ ବ୍ଲକର ବାଣିତିଆ ଗାଁରେ ମଧ୍ୟ ଅନୁରୂପ ପ୍ରବେଶପଥରେ ବାଉଁଶ ଓ କଣ୍ଟା ପକାଇ ଯାତାୟାତ ବନ୍ଦ କରାଯାଇଛି।