ଗାଁ ପ୍ରବେଶ ପଥ ସିଲ୍‌ କଲେ ଗ୍ରାମବାସୀ

ଲାଠୋର, ୧୦ା୪(ଡି.ଏନ.ଏ.) – ଦିନକୁ ଦିନ କରୋନା ସଂକ୍ରମଣ ଭୟାବହତା ବଢି ଚାଲିଥିବାରୁ ଲୋକ ଭୟଭୀତ ହୋଇ ପଡିଛନ୍ତି। କାଳେ ସେମାନଙ୍କ ଗାଁ କରୋନା ପ୍ରଭାବିତ ହୋଇଯିବ ଏହା ମନେକରି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ଏକାଧିକ ଗ୍ରାମର ଲୋକେ ସତର୍କ ହୋଇଯାଇଛନ୍ତି। ନିଜ ଗ୍ରାମର ପ୍ରବେଶ ପଥକୁ ସେମାନେ ସିଲ କରୁଥିବା ଦେଖିବାକୁ ମିଳିଛି। କରୁଆଝର ପଞ୍ଚାୟତର ସାନଗୁର୍ଜିଭଟା, ମାଲପଡା ପଞ୍ଚାୟତର କହ୍ନେଇଛାପର, ଜଲପାଙ୍କେଲ, ଫୁଲଝର, ମାଲପଡା ଜାମଚୁଆ, ବେନ୍ଦେର ପଞ୍ଚାୟତର ଚହକପଡା, ବେନ୍ଦେର, ଭରୁଆମୁଣ୍ଡା, ବାଦିମାଲ, ଭାଲୁଚୁଆ ଗ୍ରାମବାସୀ ପ୍ରବେଶ ପଥକୁ ସିଲ କରିଛନ୍ତି। ରାସ୍ତାରେ ବାଉଁଶ, ଡାଳ କଣ୍ଟା, ଦୌଡି ପକାଇ ଗ୍ରାମବାସୀ ପାଳି କରି ଜଗି ରହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଚାଲି କରି କିମ୍ବା ସାଇକେଲରେ ଯିବା ଆସିବା କରୁଛନ୍ତି। ଫଳରେ ସମ୍ପକ୍ତ ଗ୍ରାମମାନଙ୍କୁ ଅନ୍ୟାନ୍ୟ ଗ୍ରାମର ଲୋକେ ତଥା ଯାନବାହନ ଚଳାଚଳ ହେଉନାହିଁ।