Advertisement

ଗାଁ ମଝିରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ: ପୋଲିସ, ଗ୍ରାମବାସୀ ମୁହାଁମୁହିଁ

ହାଟଡିହୀ,୨୯।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜମ୍ଭିରା ଗାଁରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ୪ରୁ ୫ଟି ପରିବାରର ଲୋକେ ପୂର୍ବରୁ ଡ୍ରେନ୍‌ ଖୋଳାଯିବା ପାଇଁ ଅଭିଯୋଗ କରିଥିଲେ। ହାଟଡିହୀ ତହସିଲଦାର ଓ ସୋସୋ ପୋଲିସ ବୁଧବାର ଗ୍ରାମରେ ପହଞ୍ଚି ମାପଚୁପ କରି ଗ୍ରାମ ରାସ୍ତା ମଝିରେ କେବଳ ଗୋଟିଏ ପାର୍ଶ୍ୱରେ ଡ୍ରେନ ଖୋଳାଯାଇଥିଲା। ତ୍ରିଲୋଚନ ସାହୁ, ଚନ୍ଦ୍ରଶେଖର ସାହୁ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ବହୁ ସଂଖ୍ୟାରେ ଗ୍ରାମବାସୀ ଏହି ଡ୍ରେନ୍‌ ଖୋଳାକୁ ବିରୋଧ କରିଛନ୍ତି। ଅପରପକ୍ଷେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଗାଁ ରାସ୍ତା ମଝିରେ କେବଳ ଗୋଟିଏ ପାର୍ଶ୍ୱରେ କାହା ସ୍ବାର୍ଥରେ ଡ୍ରେନ୍‌ ଖୋଳାଯାଉଛି ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏପରି ଡ୍ରେନ୍‌ ଖୋଳା ଗଲେ ଲୋକେ ନାନା ଅସୁବିଧା ଭୋଗିବେ ବୋଲି ଗ୍ରାମବାସୀ କହିଛନ୍ତି। ଏପରିକି ଗ୍ରାମବାସୀଙ୍କ ସହ ତହସିଲଦାର ଏବଂ ପୋଲିସ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟିଥିଲା। ଏବେସୁଦ୍ଧା ଗ୍ରାମରେ ଉତ୍ତେଜନା ଲାଗିରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share