ଗାଁ ଯୁବକଙ୍କ ପ୍ରଚେଷ୍ଟାରେ ରାସ୍ତା ପାର୍ଶ୍ୱରୁ ହଟିଲା ଆବର୍ଜନା

ଗଞ୍ଜାମ,୬।୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଉତ୍ସାହୀ ଯୁବକମାନେ ଶୁକ୍ରବାର ସକାଳୁ ବନ୍ଧ ଏବଂ ରାସ୍ତାରୁ ଅଳିଆ ଆବର୍ଜନା ହଟାଇବାରେ ଲାଗିପଡ଼ିଛନ୍ତି। ଗ୍ରାମ କୋଠଘର ପାର୍ଶ୍ୱରେ ଦୀର୍ଘଦିନ ଧରି ଲଟାବୁଦା ଏବଂ ଅଳିଆ ଆବର୍ଜନା ରହିଥିଲା। ତାହା ସଫା କରାଯାଇଛି। ଯୁବକଙ୍କ ଏହି କାର୍ଯ୍ୟ ପାଇଁ ଗ୍ରାମବାସୀ ଖୁବ୍‌ ପ୍ରଶଂସା କରିଛନ୍ତି। ଏହି ସଫେଇ ଅଭିଯାନରେ ଗୁରୁଦେବ ବେହେରା, ପ୍ରଶାନ୍ତ କୁମାର ବେହେରା, ଦାମ ବେହେରା, ସୁଜିତ ବେହେରା, ଗୌତମ ରେଡ୍ଡି ପ୍ରମୁଖ ସାମିଲ ହୋଇଥିଲେ।