ଗାଁ ଲୋକେ ମିଶି ଗାଧୁଆ ଘାଟ ତିଆରି କଲେ

ବାମରା,୧୬।୫(ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ବ୍ଲକ ବାଉଁସଲଗା ପଞ୍ଚାୟତ ସର୍ଗିଡ଼ିହି ଗ୍ରାମର ଲହରଙ୍ଗା ନଦୀରେ ଗାଁ ଲୋକେ ମିଶି ଗାଧୁଆଘାଟ ତିଆରି କରିଛନ୍ତି। ୭ ବର୍ଷ ହେବ ଏମାନେ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନ ଯାଏ ଅନେକ ଆବେଦନ ଓ ଗୁହାରି କରିଆସୁଥିଲେ। ହେଲେ କେବଳ ପ୍ରତିଶ୍ରୁତି ମିଳୁଥିଲା। ଶେଷରେ ଗ୍ରାମବାସୀ ନିଜେ ଏହାକୁ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଗାଁ ଲୋକେ ମିଶି ନିକଟସ୍ଥ ପାହାଡରୁ ପଥର ଫଟାଇ ମେଟାଲ ପ୍ରସ୍ତୁତ କରିଥିଲେ। ନଦୀରୁ ବାଲି ସଂଗ୍ରହ ଆରମ୍ଭ କରିଥିଲେ। ସିମେଣ୍ଟ କିଣିବାକୁ ଟଙ୍କା ଆଦାୟ କରିଥିଲେ।