ଗାଈକୁ ବଞ୍ଚାଇବାକୁ ଯାଇ ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ୨୦ ଫୁଟ ତଳକୁ ଖସିଲା

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସ୍‌ପି ସମ୍ବଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସଦାଚାର କମିଟି ବୈଠକରେ ଯୋଗ ଦେବାକୁ ଯାଉଥିଲେ। ସିଂଢ଼ୋଲ ନିକଟରେ ଏକ ଗାଈକୁ ବଞ୍ଚାଇବାକୁ ଯାଇ ତାଙ୍କ ଗାଡ଼ିର ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଏସ୍‌ପିଙ୍କ ବୋଲେରୋଟିି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ି ୨୦ ଫୁଟ ତଳକୁ ଖସିପଡ଼ିଥିଲା। ସେହି ସମୟରେ ଉକ୍ତ ବାଟ ଦେଇ ଏକ କାର୍‌ ଯାଉଥିଲା। କାର୍‌ରେ ଥିବା ବ୍ୟକ୍ତିମାନେ ଏସ୍‌ପିଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସିଟ୍‌ ବେଲ୍ଟ ବାନ୍ଧିଥିବା ଯୋଗୁ ଗାଡ଼ିରେ ଥିବା ୩ଜଣଙ୍କ ବିଶେଷ କ୍ଷତି ହୋଇନାହିଁ। ସାମାନ୍ୟ ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନେ ଫେରିଥିବା ସୂଚନା ମିଳିଛି।

Share