ଗାଈକୁ ବାଘ ଖାଇଗଲା

କପ୍ତିପଦା,୨୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କଟୁରିଆ ହୁଡିସାହି ଗ୍ରାମର ଦୁଲି ମୁର୍ମୁ ନାମକ ଜଣେ ମହିଳାଙ୍କ ଏକ ଗାଈକୁ ନଟୋ ସଂରକ୍ଷିତ ଜଙ୍ଗଲରେ ବାଘ ଖାଇ ଯାଇଥିବା ଅଭିଯୋଗ ହୋଇଛି ା ସ୍ବେଚ୍ଛାସେବୀ ଜୟ ମୁର୍ମୁଙ୍କ ସହାୟତାରେ ସମ୍ପୃକ୍ତ ମହିଳା ଜଣକ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଗତ ୨୦ ତାରିଖରେ ଗାଈଟିକୁ ଚରିବା ପାଇଁ ଜଙ୍ଗଲ ନିକଟରେ ଛାଡି ଦିଆଯାଇଥିଲା। ମାତ୍ର ସେ ଘରକୁ ଫେରି ନ ଥିଲା। ଗ୍ରାମବାସୀଙ୍କ ସହଯୋଗରେ ମହିଳା ଜଣକ ଖୋଜାଖୋଜି କରୁଥିବା ବେଳେ ନଟୋ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗାଈର ଖଣ୍ଡିଆ ଖାବରା ଦେହାବଶେଷ ପାଇଥିଲେ। ଜଙ୍ଗଲରେ ବାଘ ଥିବାରୁ ଗାଈଟିକୁ ସେ ଖାଇ ଯାଇଥିବା ଗ୍ରାମବାସୀ ସନ୍ଦେହ କରି ରେଞ୍ଜରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିନେଇ ରେଞ୍ଜର ସିଂଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଯାଇଛନ୍ତି ଓ ତଦନ୍ତ ପରେ ଯାହା କିଛି ଜଣାପଡିବ ବୋଲି କହିଛନ୍ତି।