ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ

ଓ୍ବାଶିଂଟନ, ୨୩।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆମେରିକାର ଏକ କମ୍ପାନୀ ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାର ପ୍ରୟୋଗ ମଣିଷଙ୍କ ଉପରେ ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ଦକ୍ଷିଣ ଡାକୋଟାରେ ଥିବା ସବ୍‌ ବାୟୋଥେରାପ୍ୟୁଟିକ୍ସ୍‌ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ମଣିଷ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ତୁଳନାରେ ଗାଈ ଶରୀରରେ ଦୁଇଗୁଣା ଅଧିକ ଆଣ୍ଟିବଡ଼ି ଉତ୍ପନ ହୋଇଥାଏ। ଏହାଦ୍ୱାରା ଗାଈର ରୋଗ ପ୍ରତିରୋଧକ ଶକ୍ତି ମଣିଷ ତୁଳନାରେ ଅଧିକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗାଈ ଆଣ୍ଟିବଡ଼ିରୁ ଏସ୍‌ଏବି-୧୮୫ ଔଷଧ ପ୍ରସ୍ତୁତ କରାଯାଇଛି। ପିଟସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଓ୍ବିଲିୟମ କେଇଷ୍ଟ୍ରା ନେତୃତ୍ୱରେ ଗବେଷକମାନେ ଗାଈ ଆଣ୍ଟିବଡ଼ି ଉପରେ ପରୀକ୍ଷା କରି ଏହି ଔଷଧ ପ୍ରସ୍ତୁତ କରିଛନ୍ତି।

Share