Categories: ଜାତୀୟ

ଗାଈ ଗୋବରରୁ ସାବୁନ ତିଆରି: ଦାମ୍‌ ୧୨୫ ଟଙ୍କା

ନୂଆଦିଲ୍ଲୀ,୨।୧୦: ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ପକ୍ଷରୁ ଗାଈ ଗୋବରରୁ ସାବୁନ ତିଆରି କରାଯାଇଛି। ଆୟୋଜିତ ଏକ ଉତ୍ସବରେ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାର ବଜାର ପ୍ରବେଶ କରାଇଛନ୍ତି। ସାଧାରଣ ସାବୁନର ଦାମ୍‌ ୩୦-୪୦ ଟଙ୍କା ଥିବାବେଳେ ଗାଈ ଗୋବରରୁ ତିଆରି ହୋଇଥିବା ଏହି ସାବୁନ୍‌ ଦାମ୍‌ ୧୨୫ ଟଙ୍କା ରହିଛି। ଏହା ଶରୀର ଉପରେ କୌଣସି ଖରାପ ପ୍ରଭାବ ପକାଇ ନ ଥାଏ। ଆଗାମୀ ୨ ବର୍ଷ ମଧ୍ୟରେ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ଏହାଦ୍ୱାରା ୧୦ ହଜାର କୋଟି କାରବାରର ଲକ୍ଷ୍ୟ ରଖିଛି।

Share