Categories: ଜାତୀୟ

ଗାଈ ଚୋରି ସନ୍ଦେହ: ଯୁବକଙ୍କୁ ପିଟି ମାରିଦେଲେ

ପାଟନା,୩୦ା୧୦(ଆଇଏଏନ୍‌ଏସ୍‌): ବିହାର ରାଜଧାନୀ ପାଟନା ନିକଟସ୍ଥ ମୋକମାରେ ଗାଈ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୋଲିସ ସୂଚନାନୁସାରେ ସୋମବାର ରାତିରେ ବରହମ୍‌ପୁର ଗ୍ରାମର କେତେଜଣ ଯୁବକ ଗୋରୁ ଚୋରି କରିବା ପାଇଁ ମୋରେ ଗଁାକୁ ଯାଇଥିଲେ। ସେମାନେ ଏକ ଗୁହାଳରୁ ଗାଈଙ୍କୁ ନେବାକୁ ଉଦ୍ୟମ କରୁଥିବାବେଳେ ଗାଁ ଲୋକେ ଉଠି ଯାଇଥିଲେ। ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିବାବେଳେ ଜଣେ ଯୁବକ ଧରାପଡ଼ିଥିଲେ। ଗାଁ ଲୋକେ ତାଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଯୁବକଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବରହମ୍‌ପୁରର ମାଟ୍‌ଲୁ ବିନ୍ଦ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୧୨ରୁ ୧୫ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ପୋଲିସ କହିଛି।

Share