Categories: ଜାତୀୟ

ଗାଈ ପେଟରୁ ବାହାରିଲା ୫୩ କିଲୋ ପ୍ଲାଷ୍ଟିକ୍‌

ଚେନ୍ନାଇ,୨୧।୧୦:ତାମିଲନାଡୁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗାଈ ପେଟରୁ ୫୩ କିଲୋ ପ୍ଲାଷ୍ଟିକ୍‌ ବାହାର କରିଛନ୍ତି ପଶୁ ଚିକିତ୍ସିକ। ତା’ ପେଟରୁ ସର୍ଜରୀ ଦ୍ୱାରା ପ୍ଲାଷ୍ଟିକ୍‌ଗୁଡିକୁ ବାହାର କରିବା ପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା। ସୂଚନାଯୋଗ୍ୟ, ଗାଈଟି ନିଜ ପେଟକୁ ଲାତ ମାରୁଥିବାରୁ ତାକୁ ଥିରୁମୁଲ୍ଲଇଭୋଏଲ୍‌ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡାକ୍ତରମାନେ ପରୀକ୍ଷା କରି ଗାଈ ପେଟରେ ପ୍ଲାଷ୍ଟିକ୍‌ ଥିବା ଜାଣିବାକୁ ପାଇଥିଲେ। ପରେ ଗାଈଟିର ସର୍ଜରୀ କରାଯାଇଥିଲା। ଗାଈ ପେଟରୁ ଏତେ ପରିମାଣର ପ୍ଲାଷ୍ଟିକ ମିଳିବା ଆଶ୍ଚର୍ଯ୍ୟଜନକ ବୋଲି ପଶୁ ଚିକିତ୍ସିକମାନେ ପ୍ରକାଶ କରିଛନ୍ତି।

Share