Categories: ଜାତୀୟ

ଗାଈ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ: ତ୍ରିବେନ୍ଦ୍ର ସିଂ ରାଓ୍ବତ

ଡେରାଡୁନ୍‌, ୨୬।୭: ବିଶ୍ୱରେ ଗାଈ ଏକମାତ୍ର ଜୀବ, ଯେ କି ଅମ୍ଳଜାନ ନେଇ ଅମ୍ଳଜାନ ଛାଡେ। ଗାଈକୁ କିଛି ସମୟ ଆଉଁସିଲେ ନିଃଶ୍ୱାସ ପ୍ରଶ୍ୱାସ ଜନିତ ରୋଗ ଭଲ ହୁଏ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ମତ ଦେଇଛନ୍ତି। ଏକ ଭାଇରାଲ ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାଈ ଅମ୍ଳଜାନ ଛାଡି ଅମ୍ଳଜାନ ନେଉଥିବାରୁ ତାକୁ ଗୋମାତା କୁହାଯାଏ। ଗାଈ ଗୋବର, ମୂତ୍ର କିଡ୍‌ନୀ ଏବଂ ହୃଦ୍‌ ସମ୍ବନ୍ଧୀୟ ରୋଗ ଭଲ କରେ ବୋଲି ସେ କହିଛନ୍ତି। ଯଦି ଜଣେ ଟିବି ରୋଗୀ ଗାଈ ଆଖପାଖରେ କିଛି ସମୟ ବୁଲାବୁଲି କରେ ରୋଗ ଭଲ ହୋଇଯାଏ। ଆମ ବୈଜ୍ଞାନିକ ମତାମତ ମଧ୍ୟ ଏହା କହୁଛି ବୋଲି ସେ କହିଛନ୍ତି।

Share