ଗାଉଁଲି ଝିଅ ବିବାହ କରିବେ କି ପ୍ରଶ୍ନରେ କ’ଣ କହିଥିଲେ ସୁଶାନ୍ତ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ। ତଥାପି ସେ ଦୀର୍ଘ ୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ସେ କାହିଁକି ଡିପ୍ରେସନକୁ ଯାଇଥିଲେ, ସେକଥା କେହି ବି କହିପାରୁନାହାନ୍ତି। ସୁଶାନ୍ତ ସର୍ବଦା ହସହସ ମୁହଁରେ ସମସ୍ତଙ୍କୁ ଭେଟୁଥିଲେ। ମନ ଭିତରେ ଅନେକ ବ୍ୟଥା ରହିଥିଲେ ହେଁ ସେ କେବେ ହେଲେ ଏହାକୁ ନିଜ ମୁହଁରେ ଆସିବାକୁ ଦେଇ ନ ଥିଲେ। ଲକ୍ଷ ଲକ୍ଷ ଫ୍ୟାନ ଓ ବଲିଉଡକୁ ଏକା କରି ଚାଲିଯାଇଥିବା ସୁଶାନ୍ତଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଗତବର୍ଷ ସୁଶାନ୍ତ ବିହାରରେ ଥିବା ନିଜ ଗାଁ ନନିହାଲକୁ ଯାଇଥିଲେ। ଘର ଆଗରେ ଗାଁର କିଛି ସ୍ତ୍ରୀ ଲୋକଙ୍କ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଜଣେ ମହିଳା ତାଙ୍କୁ ପ୍ରଶ୍ନ କରିଥିଲେ, ବାହାଘରରେ ଆମକୁ ନେବାକୁ ଆସିବ ତ। ଏହାର ଜବାବରେ ସୁଶାନ୍ତ କହିଥିଲେ ପ୍ରଥମେ ଝିଅ ଠିକ୍‌ କର ତାପରେ ବାହାଘର ହେବ। ପୁଣି ମହିଳା ଜଣଙ୍କ ପଚାରିଥିଲେ, ଗାଉଁଲି ଝିଅକୁ ବିବାହ କରିବ କି? ସୁଶାନ୍ତ କହିଥିଲେ କାହିଁକି ନୁହେଁ। ସୂଚନାଯୋଗ୍ୟ, ସୁଶାନ୍ତ ଚଳିତବର୍ଷ ଡିସେମ୍ବରରେ ବିବାହ କରିଥାନ୍ତେ। କିନ୍ତୁ ତା‘ପୂର୍ବରୁ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।

Share