Categories: ଖେଳ

ଗାଙ୍ଗୁଲିଙ୍କ ସେଲ୍‌ଫି ଭାଇରାଲ

ବେଙ୍ଗାଲୁରୁ,୧।୧୧- ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ସୌରଭ ଗାଙ୍ଗୁଲି ବେଙ୍ଗାଲୁରୁ ବିମାନ ବନ୍ଦରରେ ନେଇଥିବା ସେଲ୍‌ଫି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏଠାକୁ ଗାଙ୍ଗୁଲି ବୁଧବାର ଆସିଥିଲେ। ବିମାନବନ୍ଦରରେ ଉପସ୍ଥିତ ଥିବା ପ୍ରବଳ ସଂଖ୍ୟାରେ ପ୍ରଶଂସକମାନଙ୍କ ସହ ସେଲ୍‌ଫି ନେଇଥିଲେ। ଉକ୍ତ ସେଲ୍‌ଫିରେ କ୍ଲାସିକ ସ୍ବେଟର ଓ ସାର୍ଟ ପିନ୍ଧିଥିବା ଗାଙ୍ଗୁଲିଙ୍କୁ ବହୁ ସଂଖ୍ୟାରେ ପ୍ରଶଂସକ ଘେରି ରହିଥିବା ଦେଖାଯାଉଛି। ଏପରି କି ସୁରକ୍ଷା ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ମଧ୍ୟ ଫଟୋ ଦେଖିବାକୁ ମିଳୁଛି। ଆଶାନୁଯାୟୀ ଏହି ସେଲ୍‌ଫି ଭାଇରାଲ ହୋଇଯାଇଛି। ବହୁ ପ୍ରଶଂସକ ଟୁଇଟ୍‌ କରି ଦାଦାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଥାଉ କି, ଗତ ୨୩ ତାରିଖରେ ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ସପଥ ନେଇଥିଲେ।

Share