ଗାଜିଆବାଦରେ ସରକାରୀ ଡାକ୍ତର କରୋନାରେ ସଂକ୍ରମିତ

ଗାଜିଆବାଦ,୧୧।୪:ଦେଶରେ ମହାମାରୀ କରୋନା ଭାଇରସ୍‌ ବେଲଗାମ୍‌ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ଏହା କବଳରୁ ଡାକ୍ତର ମଧ୍ୟ ବର୍ତ୍ତି ପାରୁନାହାନ୍ତି। କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଯୋଦ୍ଧା କୁହାଯାଉଥିବା ଡାକ୍ତରମାନେ ମଧ୍ୟ ଏହି ସଂକ୍ରମଣରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ସରକାରୀ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର କମ୍ୟୁନିଟି ହେଲ୍‌ଥ ସେଣ୍ଟର ଦାସନାର ଚିକିତ୍ସା ଅଧିକ୍ଷକଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାପରେ ତାଙ୍କୁ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇ ଚିକିିତ୍ସା କରାଯାଉଥିବା ସୂଚନା ମିଳିଛି। ଅପରପକ୍ଷେ ସଂକ୍ରମିତ ଡାକ୍ତରଙ୍କ ସଂସ୍ପର୍ଶରେ ଯେଉଁ ସ୍ବାସ୍ଥ୍ୟକର୍ମୀମାନେ ଆସିଛନ୍ତି ସେମାନଙ୍କର ମଧ୍ୟ ଯାଞ୍ଚ କରାଯିବ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଁ ୪୩୧କୁ ପହଞ୍ଚିଥିବା ବେଳେ ଏଥିରେ ୪ଜଣଙ୍କର ମୃତ୍ୟୁ ଘଟିସାରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Share