Categories: ଫୁରସତ

ଗାଡ଼ିକୁ ଦେଖି କାହିଁକି ଭୁକିଥାନ୍ତି କୁକୁର..

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଇଥାଏ। ମାଲିକର ସବୁକଥା ବୁଝିବା, ଅନୁଗତ ରହିବା ଭଳି ଅନେକ କାରଣ ଯୋଗୁ କୁକୁରକୁ ଆମେ ବନ୍ଧୁ ବୋଲି କହିଥାଉ। ହେଲେ ଅନେକ ସମୟରେ କୁକୁରଙ୍କ କିଛି ଆଚରଣ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ଗାଡ଼ି ପଛରେ ଦୌଡ଼ିବା। ଅନେକ ସମୟରେ ଗାଡ଼ିରେ ଯିବା ସମୟରେ କୁକୁରମାନେ ଗୋଡ଼ାଇଥାନ୍ତି। ତେବେ ଏପରି କରିବା ପଛରେ ଏକ କାରଣ ରହିଛି।

ଅନେକ ସମୟରେ କୁକୁରମାନେ ବୁଲି ନିଜ ଅଞ୍ଚଳ ଭାବେ ଚିହ୍ନଟ କରିଥାନ୍ତି। ଏଥିପାଇଁ ସେମାନେ ବିଭିନ୍ନ ସ୍ଥାନରେ ଥିବା ଗାଡ଼ି ଉପରେ ପରିସ୍ରା କରିଥାନ୍ତି। ଏଣୁ ଯେତେବେଳେ ଉକ୍ତ ଗାଡ଼ି ଅନ୍ୟ କେଉଁ ଅଞ୍ଚଳକୁ ଯାଏ, ତେବେ ସେହି ଅଞ୍ଚଳରେ ଥିବା କୁକୁରମାନେ ଦୁର୍ଗନ୍ଧକୁ ଜାଣିପାରି ଭୁକିବାକୁ ଲାଗିଥାନ୍ତି। ସେପରି କରିବା ଦ୍ୱାରା ଗାଡ଼ିକୁ ଡ଼ରାଇବାରେ ସଫଳ ହୋଇଥାନ୍ତି ବୋଲି କୁକୁରମାନେ ଭାବିଥାନ୍ତି। ସେହିଭଳି ଗୋଟିଏ ଅଞ୍ଚଳର କୁକୁର ଅନ୍ୟ ଅଞ୍ଚଳକୁ ପଶି ଆସିଲେ କୁକୁରମାନେ ଭୁକି ତାକୁ ବିରୋଧ କରିଥାନ୍ତି।

Share