ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି କରୁଥିଲେ ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ଅଛନ୍ତି ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି କରିଥାନ୍ତି। ଫଳରେ ଗାଡ଼ିରେ ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ତେବେ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ ଆପଣାନ୍ତୁ…

ଲେମ୍ବୁ : ଘରୁ ବାହାରିବା ସମୟରେ ସାଥୀରେ ଲେମ୍ବୁ ନେଇ ଯାଆନ୍ତୁ। ବାନ୍ତି ଲାଗିଲେ ଏହାକୁ ଶୁଙ୍ଘି ଦିଅନ୍ତୁ। ଫଳରେ ବାନ୍ତି ହେବ ନାହିଁ।

ପୁଦିନାପତ୍ର : ଗାଡ଼ିରେ ଯିବା ପୂର୍ବରୁ ପୁଦିନାପତ୍ରକୁ ବାଟି ପିଇଦିଅନ୍ତୁ। ଫଳରେ ଯାତ୍ରା କରିବା ସମୟରେ ବାନ୍ତି ଲାଗିବ ନାହିଁ।