Categories: ଫୁରସତ

ଗାଡ଼ିରେ ନୁହେଁ, ଉଡ଼ିଉଡ଼ି ଅଫିସ ଯାଇଥାନ୍ତି ଏହି ବ୍ୟକ୍ତି

ସାଧାରଣତଃ ଲୋକେ ଅଫିସକୁ ଗାଡ଼ିମୋଟରରେ ଯାଇଥାନ୍ତି। କିନ୍ତୁ ଜଣେ ଲୋକ ପ୍ରତିଦିନ ଉଡ଼ିଉଡ଼ି ଅଫିସ ଯାଇଥାନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଇଂଲଣ୍ଡର ଟମ୍‌-ପ୍ରାଇନୋ-ବ୍ରୁନ୍‌ ପ୍ରତିଦିନ ଉଡ଼ି କରି ଅଫିସ ଯାଇଥାନ୍ତି। କାରଣ ଟମ୍‌ କେତେଥର ଟ୍ରାଫିକ୍‌ରେ ଫସିବା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି। ପ୍ରତିଦିନ ଟମ୍‌ ପିଠିରେ ଏକ ପାରାମିଟର ଗ୍ଲାଇଡର ଲଗାଇ ଘରୁ ଅଫିସ ଯାଇଥାନ୍ତି। ଏଥିରେ ଏକ ମୋଟର ଲାଗିଛି। ଅନ୍‌ କରିବା କ୍ଷଣି ଏହା ଖୁବ୍‌ କ୍ଷୀପ୍ର ବେଗରେ ଉଡ଼ିଯାଏ।

ପ୍ରଥମେ ଟମ୍‌ ପଡ଼ିଆରେ ୧୦-୧୫ ପାଦ ଦୌଡ଼ିବା ପରେ ଧୀରେ ପାଦ ଉପରକୁ ଉଠାଇ ନେଇଥାନ୍ତି। ପାଗ ଭଲ ଥିଲେ ଟମ୍‌ ପ୍ରତିଦିନ ଉଡ଼ିକି ଅଫିସ ଯାଇଥାନ୍ତି। ଟମ୍‌ କୁହନ୍ତି, ପ୍ରତିଦିନ ଉଠିବା ପରେ ଝରକା ଖୋଲି ଦେଖନ୍ତି ପାଗ ଭଲ ଅଛି କି ନାହିଁ। ପାଗ ଭଲ ଥିଲେ ବିଳମ୍ବ ନ କରି ଗାଡ଼ିରେ ନ ଯାଇ ସଙ୍ଗେ ସଙ୍ଗେ ଉଡ଼ି ଯିବା ପାଇଁ ପସନ୍ଦ କରିଥାନ୍ତି।

ସେ କୁହନ୍ତି, ଉଡ଼ିକି ଯିବା ମୋର ଇଚ୍ଛା। ଏହା ତାଙ୍କ ପାଇଁ ରୋମାଞ୍ଚକର ବୋଲି ମନେ କରନ୍ତି। ଘରଠାରୁ ଟ୍ରମ ଦୈନିକ ୩୦ କିଲୋମିଟର ଉଡ଼ି କରି ଅଫିସ ଯାଇଥାନ୍ତି।

Share