Advertisement

ଗାଡ଼ି ଚଳାଚଳ ବନ୍ଦ, ଖୋଲା ରହିଛି ଦୋକାନ ବଜାର

ପାଟଣା,୮।୧(ସ୍ବ.ପ୍ର.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ୧୨ଦଫା ଦାବିରେ ବୁଧବାର ବନ୍ଦ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଥିବା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, ସ୍କୁଲ ଜଲେଜ, ସରକାରୀ କାର୍ଯ୍ୟାଳୟ,ବସସେବା ବନ୍ଦ ରହିଥିବା ବେଳେ ପାଟଣା ମୁଖ୍ୟାଳୟସ୍ଥିତ ବଜାର ଓ ପେଟ୍ରୋଲ ପମ୍ପଗୁଡିକ ଖୋଲାଥିବା ଦେଖିବାକୁ ମିଳିଛି। ଅନୁରୂପ ଭାବେ ତୁରୁମୁଙ୍ଗା ବଜାର ସ୍ବାଭାବିକ ଭାବେ ଖୋଲା ରହିଥିବା ଦେଖା ଯାଇଛି। ତେବେ ସାହାରପଡ଼ା ବଜାର ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ମୁଖ୍ୟ ଛକମ୍‌ରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ଆନ୍ଦୋଳନରେ ଓଡ଼ିଶା କୃଷକସଭା ଜିଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଉତ, ରମେଶ ଚନ୍ଦ୍ର ମୁଣ୍ଡା, ଗୁରୁଚରଣ ନାଏକ, ତରଣୀ ସେନ ନାଏକ,ସି ଆଇଟିୟୁର ଜଗଦୀଶ ଚନ୍ଦ୍ର ନାଏକ, କାଶୀନାଥ ନାଏକ, ଧରଣୀଧର ନାଏକ, ରମେଶ ଚନ୍ଦ୍ର ମୁଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଅନୁରୂପ ଭାବେ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମୱର ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟକ ଗାଡ଼ି ଅଟକି ରହିଥିବାରୁ ରାସ୍ତା ଜାମ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share