Categories: ଗଞ୍ଜାମ

ଗାଡ଼ି ଧକ୍କାରେ ବୃଦ୍ଧା, ମୃତଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଦିଗପହଣ୍ଡି/ ପାଟପୁର,୧।୭(ଡି.ଏନ.ଏ.)-ଦିଗପହଣ୍ଡି-ରାୟଗଡ଼ା ମୁଖ୍ୟରାସ୍ତା ଡେଙ୍ଗାଓସ୍ତା ଛକ ନିକଟରେ ସୋମବାର ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ସେ ଜଣକ ହେଲେ ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମ ରତ୍ନମଣିପୁର ସାହିର ରାଧା ସାହୁ। ପାଟପୁର ପୋଲିସ ମୃତଦେହ ଜବତ କରି ନଂ. ୧୩୦/୧୯ ରେ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି। ପ୍ରକାଶ ଯେ, ଭୋର ପ୍ରାୟ ୩ଟାରେ ରାଧା ଫୁଲ ତୋଳିବା ପାଇଁ ଯାଇଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସକାଳୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଓ ବହୁ ସଂଖ୍ୟକ ବ୍ୟବସାୟୀ ଘଟଣାସ୍ଥଳରେ ପହଞ୍ଚତ୍ ରାସ୍ତା ଅବରୋଧ କରିଥିଲେ। ସକାଳ ପ୍ରାୟ ୬ଟାରୁ ୯ଟା ଯାଏ ଗାଡ଼ି ଚଳାଚଳ ବନ୍ଦ ଥିଲା। ମୃତକଙ୍କ ପୁଅ ଅରକ୍ଷିତ ଓ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ପ୍ରତିବାଦ କରିଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା। ପାଟପୁର ଓ ଦିଗପହଣ୍ଡି ପୋଲିସ ପହଞ୍ଚତ୍ ଉତ୍ତେଜିତ ଲୋକମାନଙ୍କୁ ବୁଝାଶୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।