ଗାଡ଼ି ପାସ୍‌ ନବୀକରଣ ଅନାବଶ୍ୟକ, ଖୋଲା ରହିବ ଟାୟାର ମରାମତି ଦୋକାନ: ପୋଲିସ କମିଶନର

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍‌ ନବୀକରଣର ଆବଶ୍ୟକତା ନାହିଁ। କରୋନା (କୋଭିଡ-୧୯) ସ୍ଥିତିର ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍‌ ବୈଧ ରହିବ। ଏ ନେଇ ସୋମବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍‌କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସବୁ ଗାଡି ପାସ୍‌ର ଆଉ ନବୀକରଣ ଆବଶ୍ୟକତା ନାହିଁ। ନବୀକରଣ ପାଇଁ ପୋଲିସ ପାଖକୁ ନ ଆସିବା ଲାଗି ସେ ସ୍ପଷ୍ଟ କରିଛନ୍ତି।
ସେହିପରି ଆଉ ଏକ ଟୁଇଟ୍‌ କରି ପିସି କହିଛନ୍ତି ଯେ, ପେଟ୍ରୋଲ ପମ୍ପ ନିକଟରେ ଥିବା ସବୁ ଟାୟାର ମରାମତି ଦୋକାନ ଖୋଲା ରହିବ। କେବଳ ଜରୁରି ସ୍ଥିତି ପାଇଁ ଖୋଲା ରହିବ ବୋଲି ସେ କହିଛନ୍ତି।

Share