ଗାଡ଼ି ଷ୍ଟାର୍ଟ କରିବ ଆପ୍‌

ଜୟପୁର,୨୫।୨: ରାଜସ୍ଥାନର ଜଣେ ଯୁବକ ଏକ ନୂଆ ଆପ୍‌ ତିଆରି କରିଛନ୍ତି। ଏହି ଆପ୍‌ ଯେକୌଣସି ଗାଡ଼ି ଷ୍ଟାର୍ଟ ଏବଂ ବନ୍ଦ କରିବାକୁ ସକ୍ଷମ ହୋଇପାରିବ। ଶ୍ରୀଗଙ୍ଗାନଗର ଜିଲାର ସୁରତଗଢ଼ ଅଞ୍ଚଳର ଲାଲଗଢ଼ିଆ ଗାଁରେ ବାସ କରୁଥିବା ଯୁବକ ବିକାଶ ଗୋଦାରା ଏଭଳି ଆପ୍‌ ପ୍ରସ୍ତୁତ କରିଛନ୍ତି। ଦ୍ୱାଦଶ ପାସ କରିଥିବା ବିକାଶ ରୋବୋଟିକ୍‌ ପ୍ଲେଟ୍‌ ଦ୍ୱାରା ଏଭଳି କରିଛନ୍ତି। ଇଲୋକ୍ଟ୍ରନିକ୍ସ୍‌ ଏବଂ ଓ୍ବେବ୍‌ଆପ୍ଲିକେଶନ ସହାୟତାରେ ସେ ଏଭଳି ଚମତ୍କାର କରିପାରିଛନ୍ତି। ଏହାଦ୍ୱାରା ଗାଡ଼ି ଚୋରି ହୋଇପାରିବ ନାହିଁ। ଗାଡ଼ିରେ ଥିବା ସେନସର ଆପ୍‌ ସହାୟତାରେ ଗାଡ଼ି ଷ୍ଟାର୍ଟ କରିବା ସହିତ ବନ୍ଦ ମଧ୍ୟ କରାଇବ।

Share