ଗାଡିରେ ବସି ଜଳନ୍ତା ସିଗାରେଟ୍‌ ବାହାରକୁ ଫିଙ୍ଗିଲେ ୫ ଲକ୍ଷ ଟଙ୍କା ଜରିମାନା

ସିଡନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି। ଏବେ ସେଠାକାର ସରକାର ଗାଡି ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି। ଗାଡିରେ ଯାଉଥିବାବେଳେ ଯଦି କେହି ଜଳନ୍ତା ସିଗାରେଟ୍‌ ବାହାରକୁ ଫିଙ୍ଗନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ଏହି ନିୟମ କେବଳ ଗାଡି ଚାଳକଙ୍କ ପାଇଁ ନୁହେଁ, ଗାଡିରେ ଯାଉଥିବା ଯାତ୍ରୀଙ୍କ ଉପରେ ମଧ୍ୟ ଲାଗୁ କରାଯିବ। ଯଦି ଗାଡିରେ ବସିଥିବା କୌଣସି ଯାତ୍ରୀ ଏଭଳି କରନ୍ତି ତେବେ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ଅଷ୍ଟ୍ରେଲିଆର ନ୍ୟୁ ସାଉଥଓ୍ବେଲ୍ସରେ ଏହି ନିୟମ ଲାଗୁ କରାଯିବ। ୨୦୧୯ରେ ଏଠାରେ ଗାଡିରେ ବସି ଜଳନ୍ତା ସିଗାରେଟ୍‌ ଫିଙ୍ଗୁଥିବାବେଳେ ୨୦୦ରୁ ଅଧିକ ଲୋକ ଧରାପଡିଛନ୍ତି।

Share