ଗାଡି ଚାଳକଙ୍କ ମୃତ୍ୟୁକୁ ନେଇ ଥାନାରେ ଉତ୍ତେଜନା

ତିହିଡି,୫।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡି ଥାନା ଜାମଯୋଡି ପଞ୍ଚାୟତ ଅଧିନ ବାଲିଦାଣ୍ତି ଗ୍ରାମର ଜଣେ ଗାଡି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଚାଳକଙ୍କ ଜଣଙ୍କ ଦୈତାରୀ ନାୟକ(୨୭)। ପୋଲିସ ମାଡରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ମଙ୍ଗଳବାର ସକାଳେ ଥାନା ସାମ୍ନାରେ ହୋହାଲ୍ଲା କରିଥିଲେ। ଖବର ପାଇ ଏସ୍‌ପି ରାଜେଶ ପଣ୍ତିତ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଦୈତାରୀ ସୋମବାର ରାତିରେ ଏକ ପିକଅପ୍‌ ଭ୍ୟାନରେ ଚୋରା କୋଇଲା ନେଇ ଘଣ୍ଟେଶ୍ୱର ବଜାରରୁ ଆସୁଥିଲେ। ରାସ୍ତାରେ ପୋଲିସ ଗାଡିକୁ ଅଟକାଇବାରୁ ଚାଳକ ଗାଡିରୁ ଡେଇଁ ପଳାଇବାକୁ ଉଦ୍ୟମ କରିଥିବା ବେଳେ ପଡିଯାଇଥିଲେ। ପରେ ପୋଲିସ ଆହତ ଚାଳକଙ୍କୁ ଚିକିତ୍ସା ପାଇଁ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଥାନାରେ ଏଯାଏ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

Share