ଗାଧୁଆ ଘର ଯୋଜନା ବିଫଳ: ଅବହେଳିତ ହୋଇ ପଡିରହିଛି ଗୃହ

ତେଲକୋଇ, ୨୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ମୁଖ୍ୟାଳୟ ସମେତ ବିଭିନ୍ନ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ସହାୟତାରେ ଗାଧୁଆ ଗୃହ ଯୋଜନା କରାଯାଇଛି। ୨୨ଟି ପଞ୍ଚାୟତରେ ଗାଧୁଆ ଶୌଚ ପାଇଁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରାଯାଇ ୫୩ଟି ଏଭଳି ଗୃହ ନିର୍ମାଣ ଯୋଜନାରେ ସାମିଲ କରାଯାଇଛି। ୨୦୧୭-୧୮ ମସିହାରେ ଏହି ବ୍ଲକରେ ଉକ୍ତ ଯୋଜନା କରାଯାଇଥିବା ବେଳେ ଏହାର ଉପଯୋଗ କରାଯାଉ ନ ଥିବା ଯୋଗୁ ଅଧିକାଂଶ ଗୃହ ଭଗ୍ନ ଅବସ୍ଥାରେ ରହିଛି। ସରକାରଙ୍କ ଯୋଜନା କେବଳ ଦଳୀୟ ଠିକାଦାରଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏହି ଯୋଜନାରେ ୬୦ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟୟ ବରାଦ କରାଯାଇଛି ସତ କିନ୍ତୁ ଲୋକଙ୍କ ସେବାରେ ଅପହଞ୍ଚ ହୋଇଥିବାରୁ ଏହି ସହାୟତା ଅର୍ଥ କେବଳ କାଗଜପତ୍ରରେ ରହିଯାଇଛି। ନଦୀକୂଳ, ଝରଣା ଓ ପୋଖରୀ ତୁଠରେ ଏହାକୁ କାର୍ଯ୍ୟକାରୀ କରାଯାଇଛି।
ଏ ସମ୍ପର୍କରେ ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ଏହି ଯୋଜନା ଅନୁଯାୟୀ ମହିଳାମାନେ ସଂପୃକ୍ତ ଗାଧୁଆ ଗୃହକୁ ଉପଯୋଗ କରିବା କଥା। ଏହାକୁ ବ୍ୟବହାର ନ କଲେ ଗୃହ ଭୁଶୁଡି ପଡିବା ଆଶଙ୍କା ରହିଛି। ଏଥିପାଇଁ ଏହି ଗୃହକୁ ସର୍ବସାଧାରଣ ଓ ମହିଳାମାନଙ୍କ ପାଇଁ ହିତରେ ହୋଇପାରିବ ।