ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ବଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ଖତାଡ଼ି ସାହିର ଭୋଳା ସ୍ବାଇଁ (୩୫) । ଏ ନେଇ ହିଞ୍ଜିଳି ଥାନାରେ କେସ୍‌ ନଂ. ୧୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚଳାଇଛି ।

ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ଭୋଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ସେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପୋଖରୀ ନିକଟରେ ତାଙ୍କ ପ୍ୟାଣ୍ଟ ପଡ଼ିଥିବା ଦେଖି ପାଣିରେ ବୁଡି ଯାଇଥିବା ସନ୍ଦେହ କରି ହିଞ୍ଜିଳିକାଟୁ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ତେବେ ଶନିବାର ସକାଳେ ପୋଖରୀ ପାଣିରେ ଭୋଳାଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ହିଞ୍ଜିଳି ଥାନାକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ...

ଭାଜପାର ସକ୍ରିୟ ସଦସ୍ୟତା ବୈଠକ, ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଲେ ନେତା

ବେଗୁନିଆପଡା,୧୬।୪(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା କଲ୍ୟାଣ ମଣ୍ଡପଠାରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସକ୍ରିୟ ସଦସ୍ୟତା ବୈଠକ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବୁଥ...

ଓଡ଼ିଶାରେ ସବୁ ରେକର୍ଡ ଭାଙ୍ଗିଲା ନା ମୂଲ୍ୟ, ଦୁଇଦିନରେ ଛୁଇଁବ ଲକ୍ଷେ ଟଙ୍କା

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ସୁନା ମୂଲ୍ୟ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚିଛି। ୧୦ ଗ୍ରାମ ପାଇଁ ମୂଲ୍ୟ ୯୬,୦୦୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱର ବଜାରରେ, ୨୪ କ୍ୟାରେଟ୍...

ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି...

‘ମୁସଲମାନମାନେ ହିନ୍ଦୁ ବୋର୍ଡ ଚଲାଇବେ କି?’: ୱାକଫ ଆଇନର ବିବାଦ ମଧ୍ୟରେ କେନ୍ଦ୍ରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ସୁପ୍ରିମକୋର୍ଟ ବୁଧବାର ବିବାଦୀୟ ୱାକଫ ସଂଶୋଧନ ଆଇନ, ୨୦୨୫ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ଏହି ଆଇନକୁ ଚ୍ୟାଲେଞ୍ଜ...

ଏ ହେଉଛି ଦେଶର ସବୁଠୁ ମହଙ୍ଗା ବାଇକ୍‌, ଦାମ୍‌ ଏତେ ଯେ ଗୋଟିଏ ବଦଳରେ କିଣିପାରିବେ ୫୦ Royal Enfield Bullet

ନୂଆଦିଲ୍ଲୀ,୧୬।୪: ଭାରତର ସବୁଠାରୁ ମହଙ୍ଗା ବାଇକ୍‌ର ମୂଲ୍ୟ ଏତେ ଅଧିକ ଯେ ଆପଣ କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୫୦ଟି ରୟାଲ ଏନଫିଲ୍ଡ...

ଡରାଇଲା ଭବିଷ୍ୟବାଣୀ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ୩୦ଫୁଟ ଉଚ୍ଚତାରେ ଊଠିବ ଜୁଆର!

ଟୋକିଓ,୧୬।୫: ଜାପାନର ଜଣାଶୁଣା ଭବିଷ୍ୟବକ୍ତା ତଥା ପୂର୍ବତନ ମାଙ୍ଗା କଳାକାର ରୟୋ ତାତ୍ସୁକି, ଯିଏକି ‘ଜାପାନର ବାବା ଭେଙ୍ଗା’ ନାମରେ ପରିଚିତ, ଏକ ଭୟଙ୍କର ଭବିଷ୍ୟବାଣୀ...

ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍‌ ସେଣ୍ଟର; ଘର କିମ୍ବା ଶ୍ମଶାନ ଯାଏ…

ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image