ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲେ ୬ ଯୁବତୀ : ୫ ଉଦ୍ଧାର, ଜଣେ ନିଖୋଜ

ସମ୍ବଲପୁର,୬।୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀକୁ ଗାାଧୋଇବାକୁ ଯାଇ ରବିବାର ୬ ଯୁବତୀ ନଦୀରେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ନିଖୋଜ ଯୁବତୀ ହେଲେ ସ୍ଥାନୀୟ ଧୁବାପଡାର ପିଙ୍କି ବିଶ୍ୱକର୍ମା (୧୫)।
ସୂଚନାଯୋଗ୍ୟ, ସକାଳେ ପିଙ୍କି ତାଙ୍କର ୫ ଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ପିଙ୍କି ସମେତ ତାଙ୍କର ୫ ସାଙ୍ଗ ନଦୀରେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ୫ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପିଙ୍କିଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ।

Share