ଗାଧୋଇବା ବେଳେ ଚିତ୍ରୋତ୍ପଳାରେ ବୁଡ଼ି ୨ଯୁବକ ମୃତ

ପାଟକୁରା,୧୩।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ତହସିଲ ଅନ୍ତର୍ଗତ ପାଟକୁରା ବ୍ରିଜ୍‌ ନିକଟରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଶୁକ୍ରବାର ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମହମ୍ମଦ ହାସନ ଅଲ୍ଲୀ(୧୯), ତାରିକ୍‌ ଅହମ୍ମଦ(୨୦)। ଘଟଣାସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯୁବକମାନେ ଏକ ଧର୍ମସଂସ୍ଥା ତରଫରୁ ଧର୍ମପ୍ରଚାର ନିମନ୍ତେ ଆସିଥିଲେ। ସକାଳେ ଉଭୟେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।

Share