ଗାଧୋଇବା ସମୟରେ ଭସାଇନେଲା ଲହଡ଼ି: ୪ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ

ପୁରୀ ଅଫିସ, ୬।୨: ପୁରୀ ସମୁଦ୍ରରେ ବୁଡିଯାଉଥିବା ବେଳେ ୪ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗୁରୁବାର ଲାଇଫ୍‌ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ହାୱଡାର ଦମ୍ପତି ଗୋବିନ୍ଦ ଧର(୪୨)ଓ ତନୁଶ୍ରୀ(୨୬) ଏବଂ ବାବୁଲା ମାଲକର୍‌(୩୪) ଓ ତାଙ୍କ ସ୍ତ୍ରୀ ଝୁମା(୩୦)। ଏହି ଦୁଇ ପରିବାର ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ। ଅପରାହ୍ନରେ ସେକ୍ଟର-୧୧ ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଲାଇଫ୍‌ଗାର୍ଡମାନେ ସମୁଦ୍ରକୁ ଡେଇଁ ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି କୂଳକୁ ଆଣିଥିବା ଜଣାପଡ଼ିଛି।

Share