Categories: ଜାତୀୟ

ଗାନ୍ଦେରବଲ୍‌ରେ ସର୍ଚ୍ଚ ଅପରେଶନ୍‌: ୨ ହିଜିବୁଲ୍‌ ଆତଙ୍କବାଦୀ ଗିରଫ; ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେଶନ୍‌ ସମୟରେ ସୋମବାର ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଗାନ୍ଦେରବଲ୍‌ ଅଞ୍ଚଳରୁ ୨ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କୁହାଯାଉଛି। କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର ସକାଳେ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ପୋଲିସ ହେପାଜତରେ ଆତଙ୍କବାଦୀଙ୍କୁ ପଚରାଉଚରା ଜାରି ରହିଛି।

Share