Categories: ଜାତୀୟ

‘ଗାନ୍ଧିଜୀ ପାକିସ୍ତାନର ଜନକ’

ଭୋପାଳ,୧୮ା୫: ମହାତ୍ମା ଗାନ୍ଧୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ମଧ୍ୟପ୍ରଦେଶର ଭାଜପା ମିଡିଆ ସେଲ୍‌ ମୁଖ୍ୟ ଅନିଲ ସୌମିତ୍ରଙ୍କୁ ଶୁକ୍ରବାର ଦଳ ନିଲମ୍ବନ କରିଛି। ଅନିଲ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ବାପୁଙ୍କ ଆଶୀର୍ବାଦରୁ ପାକିସ୍ତାନର ଜନ୍ମ ହୋଇଥିଲା। ତେଣୁ ମହାତ୍ମା ଗାନ୍ଧୀ ଭାରତର ନୁହେଁ, ବରଂ ପାକିସ୍ତାନର ଜନକ। କେବଳ ଏତିକି ନୁହେଁ, ଅନିଲ ଆଉ ଗୋଟିଏ ପୋଷ୍ଟ କରି ନିଜ ମନ୍ତବ୍ୟକୁ ଠିକ୍‌ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଥିଲେ। ସେଥିରେ ସେ ଲେଖିଥିଲେ, କୌଣସି ବିଦ୍ୱାନ ତାଙ୍କୁ ଭୁଲ ପ୍ରମାଣିତ କରିପାରିବେ ନାହିଁ। ଏହାକୁ ନେଇ ଭାଜପା ପକ୍ଷରୁ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଦ କରାଯାଇଛି। ଏହାସହ ବିବାଦୀୟ ପୋଷ୍ଟକୁ ନେଇ ତାଙ୍କୁ ୭ ଦିନ ମଧ୍ୟରେ ଜବାବ ମାଗିଛି ଦଳ।

Share