Categories: ଜାତୀୟ

ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ଲୋକେ ରାବଣଙ୍କ ବଂଶଜ: ଅଧିର ରଞ୍ଜନ

ନୂଆଦିଲ୍ଲୀ,୪।୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ଭାଜପା ସଦସ୍ୟ ଅନନ୍ତ ହେଗ୍‌ଡେଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା ଅଧିରରଞ୍ଜନ ଚୌଧୁରୀ। ସେ ମଙ୍ଗଳବାର କହିଛନ୍ତି ରାମଙ୍କ ପୂଜାରୀ ମହାତ୍ମାଙ୍କୁ ବିରୋଧରେ ମନ୍ତବ୍ୟ ଦେଉଥିବା ଲୋକେ ହେଉଛନ୍ତି ରାବଣଙ୍କ ବଂଶଜ। ଜାତିର ପିତାଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଛନ୍ତି। ଏହାକୁ ନେଇ ଲୋକ ସଭାରେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ଭାଜପା ସଦସ୍ୟ ଅନନ୍ତ ହେଗ୍‌ଡେ ମହାତ୍ମାଙ୍କ ନେତୃତ୍ୱରେ ହୋଇଥିବା ସ୍ବତନ୍ତ୍ରତା ଆନ୍ଦୋଳନକୁ ଏକ ନାଟକ ବୋଲି କହିଥିଲେ।

Share