Categories: ଜାତୀୟ

ଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ଭୋ ଭୋ କାନ୍ଦିଲେ ସମାଜବାଦୀ ପାର୍ଟି ନେତା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୩।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ ଭୋ ଭୋ ହୋଇ କାନ୍ଦିଛନ୍ତି। ଭାଜପା ଦେଶରେ ନାଟକ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାଜପା ନାଥୁରାମ ଗଡ୍‌ସେଙ୍କର ଅବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସମର୍ଥକ ତାହା ସ୍ପଷ୍ଟ କରୁ ବୋଲି ସେ ଦାବି କରିଛନ୍ତି। ଭାଜପା ଦେଶବାସୀଙ୍କୁ ମିଛ କଥା କହି ଭୁଆଁ ବୁଲାଇ ଚାଲିଛି। ଏବେ ଆଉ ଅଧିକ ଦିନ ଏହା ଚାଲିବ ନାହିଁ ବୋଲି ସେ କହିଛନ୍ତି। ଗାନ୍ଧୀଙ୍କ ମୂର୍ତ୍ତିରେ ଧୁଳି ବସିଥିବା ଦେଖି ଫିରୋଜ ନିଜକୁ ସମ୍ଭାଳି ନ ପାରି ଏଭଳି କରିଥିବା ଉପସ୍ଥିତ ଲୋକେ କହିଛନ୍ତି। ଦଳୀୟ ନେତା ଫିରୋଜଙ୍କୁ ସ୍ବାନ୍ତନା ଦେଇଥିଲେ ମଧ୍ୟ ସେ ଛୋଟ ପିଲାଙ୍କ ଭଳି କାନ୍ଦିଥିଲେ। ସମ୍ଭଲ ଅଞ୍ଚଳର ଚନ୍ଦୌସିଠାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଜିଲା ଅଧ୍ୟକ୍ଷ ଫିରୋଜ ଏଭଳି କରିଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share