Categories: ଜାତୀୟ

ଗାନ୍ଧୀ ଜୟନ୍ତୀରେ ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି: ରାଜ୍ୟରେ ତମ୍ବାକୁ ଉପରେ ଲାଗିବ କଟକଣା

ଜୟପୁର,୨।୧୦: ରାଜସ୍ଥାନର ମଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟରେ ତମ୍ବାକୁ ଉତ୍ପାଦନ ଉପରେ କଟକଣା ନେଇ ଘୋଷଣା କରିଛନ୍ତି। ପୂର୍ବରୁ କଂଗ୍ରେସର ଜନଘୋଷଣା ପତ୍ରରେ ତମ୍ବାକୁ ଉପରେ କଟକଣା ଯିବା ନେଇ ଉଲ୍ଲେଖ ରହିଥିଲା। ଏହାକୁ ଧ୍ୟାନରେ ରଖି ବୁଧବାର ରାଜସ୍ଥାନରେ ମ୍ୟାଗନେସିୟମ୍‌ କାର୍ବୋନେଟ ତମ୍ବାକୁ, ମିନେରାଲ ଅଏଲ୍‌ ଯୁକ୍ତ ପାନ ମସଲା ଓ ଫ୍ଲଓ୍ବେର୍ଡ ସୁପାରୀର ଉତ୍ପାଦନଗୁଡ଼ିକୁ ଗଚ୍ଛିତ ଓ ବିତରଣ ଉପରେ କଟକଣା ଜାରି କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ଏହି ପ୍ରତିବନ୍ଧକ ଲଗାଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡା. ରଘୁ ଶର୍ମା ଘୋଷଣା କରିବା ସହ ଏକ ଗେଜେଟ ନୋଟିଫିକେସନକୁ ସାର୍ବଜନୀନ କରିଛନ୍ତି।

Share