ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଲେ ସଲମାନ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ; ଦେଖିଲେଣି ୮ ଲକ୍ଷରୁ ଅଧିକ

ମୁମ୍ବାଇ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାଁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସେ ସ୍ବଚ୍ଛ ଭାରତ ଅଭିଯାନ ଜାରି ରଖିବା ସହିତ ସମସ୍ତଙ୍କୁ ଫିଟ୍‌ ରହିବାକୁ ଅନୁରୋଧ କରିଛନ୍ତି। ଏହାର ଭିଡ଼ିଓ ସଲମାନ୍‌ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର କରିଛନ୍ତି। ଏବେ ସୋସିଆଲ୍‌ ମିଡ଼ିଆରେ ଏହା ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ଏହାକୁ ୮ ଲକ୍ଷରୁ ଅଧିକ ଦେଖିସାରିଛନ୍ତି।

Share