Advertisement

ଗାନ୍ଧୀ ଜୟନ୍ତୀ ଅବସରରେ ପ୍ଲାଷ୍ଟିକ୍‌ ବର୍ଜନ ଉପରେ ଆଲୋଚନା

କେନ୍ଦୁଝର,୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରତିଷ୍ଠିତ ମିଳନୀ ସାହିତ୍ୟ ସଂସଦ ଓ ମୁକ୍ତେଶ୍ୱର ମନ୍ଦିର କମିଟିର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ଘୁତୁରୁ ଶିବମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଛି। ସଂସଦ ସଭାପତି ଡ. ବିମ୍ବାଧର ବେହେରାଙ୍କ ନେତୃତ୍ୱରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମନ୍ଦିର କମିଟି ସଦସ୍ୟ ଏବଂ ସାହିତି୍ୟକ, ଲେଖକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ଲେଖକ ଓ କବି ସାମିଲ ହୋଇ ଗାନ୍ଧୀଙ୍କ ଆଦର୍ଶକୁ ମନେପକାଇବା ସହ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ଉପରେ ଆଲୋଚନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share