Categories: ଜାତୀୟ

ଗାନ୍ଧୀ ଜୟନ୍ତୀ ପାଇଁ ହଜାରେ ଫୁଟର ଗ୍ରୀଟିଙ୍ଗ୍‌ କାର୍ଡ ତିଆରି କଲେ ଛାତ୍ର

ଫିରୋଜାବାଦ୍‌,୨୯।୯: ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ଫିରୋଜାବାଦ୍‌ର ୬୦ ଜଣ ଛାତ୍ର ହଜାରେ ଫୁଟ ଲମ୍ବର ଏକ ଗ୍ରୀଟିଙ୍ଗ୍‌ କାର୍ଡ ତିଆରି କରିଛନ୍ତି। ସେମାନେ ୧୦ ଦିନରେ ଏହାକୁ ତିଆରି କରିଛନ୍ତି। କାର୍ଡରେ ବିଭିନ୍ନ ସାମାଜିକ ସଚେତନତା ବାର୍ତ୍ତା ରହିଛି। ଏହାର ଡିଜିଟାଲ ଭର୍ସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଯିବ ବୋଲି ଏହି ପ୍ରକଳ୍ପର ମୁଖ୍ୟ ପ୍ରୋତ୍ସାହକ ପ୍ରବୀଣ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।

Share