Advertisement

ଗାନ୍ଧୀ ଜୟନ୍ତୀ: ସ୍କୁଲଗୁଡ଼ିକରେ କରାଯିବ ଅହିଂସା ସମ୍ପର୍କିତ ପ୍ରତିଯୋଗିତା

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରେ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯିବ। ରାଜ୍ୟ ସରକାର ଏଥିପାଇଁ ବିଦ୍ୟାଳୟସ୍ତରରେ ପିଲାଙ୍କୁ ଜାତିର ପିତାଙ୍କ ସମ୍ପର୍କରେ ଶିକ୍ଷା ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କ୍ରମରେ ସ୍କୁଲରେ ଅହିଂସା ସମ୍ପର୍କିତ ପ୍ରତିଯୋଗିତା କରାଯିବା ସହ ପିଲାଙ୍କୁ ଅହିଂସା ମନ୍ତ୍ର ଦିଆଯିବ ବୋଲି ଗୁରୁବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟର ୬୨ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ। ଏହାପରେ ରଚନା, ତର୍କ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଆଦି ଉପରେ ପ୍ରତିଯୋଗିତା କରାଯିବ। ସେପ୍ଟେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ସ୍କୁଲ ସ୍ତରରେ ପ୍ରତିଯୋଗିତା ହେବ। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନେ ୨୩ରୁ ୨୪ ଯାଏ ବ୍ଲକ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ। ଏହାପରେ ୨୭ ଓ ୨୮ ଦୁଇ ଦିନ ଧରି ଜିଲାସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଜୟୀ ଛାତ୍ରୀଛାତ୍ରଙ୍କୁ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରେ ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share