Categories: ଜାତୀୟ

ଗାନ୍ଧୀ ପରିବାର ନିକଟରୁ ଏସ୍‌ପିଜି ସୁରକ୍ଷା ହଟାଇବାକୁ ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୮।୧୧: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରକ୍ଷାକୁ ସମୀକ୍ଷା କରାଯାଇ ଏମାନଙ୍କ ନିକଟରେ ଥିବା ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ(ଏସ୍‌ପିଜି) ସୁରକ୍ଷାକୁ ଉଠାଇ ନିଆଯିବ ବୋଲି କୁହାଯାଇଥିଲା। ଏହା ଜଣାପଡିବା ପରେ କଂଗ୍ରେସ କର୍ମୀମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ସମ୍ମୁଖରେ ଶୁକ୍ରବାର ବିରୋଧ ପ୍ରଦର୍ଶନ କରିନ୍ତି। ଏମାନଙ୍କର ଦାବି ହେଉଛି ଗାନ୍ଧୀ ପରିବାରକୁ ଏସ୍‌ପିଜି ସୁରକ୍ଷା ଫେରାଇ ଦିଆଯାଉ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କଠାରୁ ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ(ଏସ୍‌ପିଜି) କାଢି ନେଇଥିଲେ।

Share