ଗାନ୍ଧୀ ପରିବାର ବିନା କଂଗ୍ରେସର ଭଲ ପ୍ରଦର୍ଶନ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ଏମିତିକି ହରିୟାଣାରେ ଭାଜପା ପାଇଁ କଂଗ୍ରେସ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏବେ ଆଲୋଚନା ହେଉଛି କି ହରିୟାଣା ବିଧାନସଭା ନିର୍ବାଚନ ପ୍ରଚାରରେ ଗାନ୍ଧୀ ପରିବାରର କେହି ଆସି ନ ଥିଲେ ମଧ୍ୟ ଏଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଅର୍ଥାତ୍‌ କଂଗ୍ରେସ ଗାନ୍ଧୀ ପରିବାର ବିନା ଚାଲି ପାରିବ ବୋଲି କେହି କେହି ଆଲୋଚନା ମଧ୍ୟ କରୁଛନ୍ତି। କାରଣ ଏହି ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିଲେ ମଧ୍ୟ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାହାକୁ ଦେଖିବାକୁ ମିଳି ନ ଥିଲା। ଏହାପରେ ବି କଂଗ୍ରେସର ଉତ୍ତମ ପ୍ରଦର୍ଶନରେ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂ ସରକାର ଗଢିବା ବେଳେ ମଧ୍ୟ ଏହାର ପ୍ରଚାର ପାଇଁ ଗାନ୍ଧୀ ପରିବାର ଯାଇ ନ ଥିବାରୁ କଂଗ୍ରେସ ସେଠାରେ ଭଳ ପ୍ରଦର୍ଶନ କରିଥିଲା ବୋଲି ପରେ ଶୁଣିବାକୁ ମିଳିଥିଲା।

Share