Categories: ଖେଳ

ଗାଭାସ୍କରଙ୍କ ଭାରତ-ପାକ୍‌ ମିଳିତ ଏକାଦଶ

ନୂଆଦିଲ୍ଲୀ, ୧୮।୫ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଭାରତ-ପାକିସ୍ତାନ ମିଳିତ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ୬ ଭାରତୀୟ ଓ ୫ ପାକିସ୍ତାନ ଖେଳାଳିଙ୍କୁ ନେଇଥିବାବେଳେ ଅନେକ ବିସ୍ମୟ ଦେଖିବାକୁ ମିଳିଛି। ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର ସିଂ ଧୋନୀ, ଇଞ୍ଜାମାମ-ଉଲ-ହକ୍‌ ଓ ୱାକର ୟୁନିସ ଜଣେ ଜଣେ କ୍ରିକେଟ ଲିଜେଣ୍ଡ ହୋଇଥିଲେ ହେଁ ଗାଭାସ୍କରଙ୍କ ଏକାଦଶରେ ସ୍ଥାନ ପାଇ ନାହାନ୍ତି। ବୀରେନ୍ଦ୍ର ସେହ୍ବାଗଙ୍କ ସହ ସେ ପାକିସ୍ତାନର ହନିଫ୍‌ ମହମ୍ମଦଙ୍କୁ ଅନ୍ୟତମ ଓପନର ବାଛିଛନ୍ତି। ମିଡଲ ଅର୍ଡରରେ ୩ ଖେଳାଳି ହେଲେ ଜାହିର ଆବାସ, ସଚିନ ତେନ୍ଦୁଲକର ଓ ଗୁଣ୍ଡାପ୍ପା ବିଶ୍ୱନାଥ। ୬ ଓ ୭ ନମ୍ବରରେ ସ୍ଥାନ ପାଇଛନ୍ତି ଦୁଇ ପ୍ରସିଦ୍ଧ ପେସ୍‌ ବୋଲିଂ ଅଲରାଉଣ୍ଡର କପିିଳ ଦେବ ଓ ଇମ୍ରାନ ଖାଁ। ସୟଦ କିର୍ମାନୀଙ୍କୁ ସେ ଉଇକେଟ କିପରଭାବେ ନେଇଛନ୍ତି। ବୋଲିଂ ବିଭାଗରେ ରହିଛନ୍ତି ୱାସିମ ଆକ୍ରମ, ଅବଦୁଲ କାଦିର ଓ ବି.ଏସ୍‌. ଚନ୍ଦ୍ରଶେଖର ।
ଗାଭାସ୍କରଙ୍କ ଭାରତ-ପାକ୍‌ ଏକାଦଶ: ବୀରେନ୍ଦ୍ର ସେହ୍ବାଗ, ହନିଫ୍‌ ମହମ୍ମଦ, ଜାହିର ଆବାସ, ସଚିନ ତେନ୍ଦୁଲକର, ଗୁଣ୍ଡାପ୍ପା ବିଶ୍ୱନାଥ, କପିଳ ଦେବ, ଇମ୍ରାନ ଖାଁ, ସୟଦ କିର୍ମାନୀ, ୱାସିମ ଆକ୍ରମ, ଅବଦୁଲ କାଦିର ଓ ବି.ଏସ୍‌. ଚନ୍ଦ୍ରଶେଖର।

Share