Categories: ଖେଳ

ଗାଭାସ୍କରଙ୍କ ରେକର୍ଡର ସମକକ୍ଷ ସ୍ମିଥ

ଓଭାଲ,୧୬।୯: ଚଳିତ ଆଶେସରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ରେକର୍ଡ ପ୍ରଦର୍ଶନ ରବିବାର ୨୩ ରନ୍‌ର ଇନିଂସ ସହ ଶେଷ ହୋଇଛି। ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ଆଉଟ୍‌ ହୋଇଛନ୍ତି। ଫଳରେ ସିରିଜ୍‌ ୪ ମ୍ୟାଚ୍‌ ଖେଳିଥିବା ସ୍ମିଥ ୭୭୪ ରନ୍‌ କରି ଅଭିଯାନ ଶେଷ କରିଛନ୍ତି। ଏଥିସହ ସେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ସମକକ୍ଷ ହୋଇଛନ୍ତି। ଗାଭାସ୍କର ୧୯୭୧ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ସମାନ ରନ୍‌ କରିଥିଲେ। ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିବା ପରେ ଅନ୍ତିମ ୪ ମ୍ୟାଚ୍‌ ସେ ୭୭୪ ରନ୍‌ କରିଥିଲେ। ତେବେ ପୂର୍ବତନ ଅଧିନାୟକ ସ୍ମିଥ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ଏହି ରେକର୍ଡ ଭିଭିଆନ ରିଚାଡର୍‌ସଙ୍କ ନାମରେ ରହିଛି। ୧୯୭୬ରେ ଇଂଲଣ୍ଡ ବିପକ୍ଷରେ ରିଚାଡର୍‌ସ ୮୨୯ ରନ୍‌ କରିଥିଲେ। ସେ ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଗୋଟିଏ ଟେଷ୍ଟରୁ ଅସୁସ୍ଥତା କାରଣରୁ ବାଦ୍‌ ପଡ଼ିଥିଲେ।
୮୨୯- ଭିଭିଆନ ରିଚାଡର୍‌ସ (୧୯୭୬)
୭୭୪- ସୁନୀଲ ଗାଭାସ୍କର (୧୯୭୧) ପଦାର୍ପଣ ସିରିଜ୍‌
୭୭୪- ଷ୍ଟିଭ ସ୍ମିଥ (୨୦୧୯)
୭୬୯- ଷ୍ଟିଭ ସ୍ମିଥ (୨୦୧୪/୧୫)।

Share