Categories: ଫୁରସତ

ଗାର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ ନ କରିବା ପାଇଁ ବୟଫ୍ରେଣ୍ଡ୍‌ ନାଇଟ୍‌ କ୍ଲବ ଯାଇ କଲେ ଏମିତି

ବେଜିଂ: ଦୁନିିଆରେ ଭିନ୍ନ ମଣିଷ ଅଛନ୍ତି। ସେମାନଙ୍କ ଚିନ୍ତାଧାରା ମଧ୍ୟ ଅଲଗା ପ୍ରକାର। କେତେବେଳେ କ’ଣ କରିବେ ନିଜେ ମଧ୍ୟ ଜାଣନ୍ତି ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ। ଏଠାକାର ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବେନି ବୋଲି ନିଜେ ଚୋର ପାଲଟି ଯାଇଛନ୍ତି। ଏହି ଯୁବକଙ୍କ ନାମ ଚେନ୍‌। କିଛିବର୍ଷ ପୂର୍ବରୁ ଚେନ୍‌ ଗାର୍ଲଫ୍ରେଣ୍ଡ୍‌ଙ୍କ ସହ ରିଲେସନ୍‌ଶିପ୍‌ରେ ରହିିଆସୁଥିଲେ। ଦୁଇଜଣଙ୍କ ବିବାହ ଖୁବ୍‌ ଶୀଘ୍ର ହୋଇଥାନ୍ତା। ମାତ୍ର ଚେନ୍‌ଙ୍କ ମନ ପରିବର୍ତ୍ତନ ହୋଇଗଲା। ସେ ତାଙ୍କ ଗାର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ କରିବାକୁ ଚାହିଁଲେନି। ସେ ଭାବିଲେ ତାଙ୍କୁ ବିବାହ କଲେ ପଶ୍ଚାତାପ କରିବେ। କିନ୍ତୁ ଗାର୍ଲଫ୍ରେଣ୍ଡ୍‌ ଜଣକ ତାଙ୍କ ପିଚ୍ଛା ଛାଡୁ ନ ଥିଲେ।

ଏହା ଜାଣିବା ପରେ ଚେନ୍‌ଙ୍କ ମୁଣ୍ଡରେ ଏକ କୁବୁଦ୍ଧି ପଶିଲା। ସେ ଭାବିଲେ ଚୋରି କରିବେ। ଆଉ ଚୋରି କଲେ ତାଙ୍କୁ ଜେଲ୍‌ ହୋଇଯିବ। ଏହା ପରେ ତାଙ୍କ ଗାର୍ଲଫ୍ରେଣ୍ଡ ବିବାହ କରିବାକୁ ଜିଦ୍‌ ଧରିବେନି। ଏଥିପାଇଁ ସେ ଏକ ନାଇଟ୍‌ କ୍ଲବ ଯାଇ ସେଠାରେ ଥିବା ସ୍ପିକର ଚୋରି କରିନେଲେ। ପୋଲିସ ଜେରା କରିବାରୁ ସେ କାହିଁକି ଏପରି ଚୋରି କରିଥିଲେ ସତକଥା ମାନି ଯାଇଥିଲେ। ଯାହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

Share