Categories: ଜାତୀୟ

ଗାର୍ଲସ ହଷ୍ଟେଲ ବାଥରୁମ୍‌ରେ ଲୁଚି ଦେଖିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଭୋପାଳ,୨୯ା୫ : କାହାକୁ ଲୁଚି ଦେଖିବା ବା ଗଳି ଅନାଇବା ଏକ ଖରାପ ଅଭ୍ୟାସ। ଆଉ ଯଦି କାହା ବାଥରୁମ୍‌ରେ ଲୁଚି ଦେଖିଲ ତା’ହେଲେ ତ କଥା ସରିଲା। ଏମିତି ଲୁଚି ଅନାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ। ଏଠାରେ ଜଣେ ଯୁବକ ଗାର୍ଲସ ହଷ୍ଟେଲର ବାଥରୁମ୍‌ରେ ଝିଅମାନଙ୍କୁ ଲୁଚି ଦେଖୁଥିଲେ। ଜଣାପଡ଼ିବା ପରେ ତାଙ୍କୁ ଏମିତି ଦଣ୍ଡ ମିଳିଛି ଲୁଚି ଦେଖିବା ନିଶା ମୁଣ୍ଡରୁ ଏକାଥରକେ ଖସିଯାଇଛି। ଭୋପାଳର ଏମ୍‌ପି ନଗରସ୍ଥିତ ଏକ ଗାର୍ଲସ ହଷ୍ଟେଲରେ ମଙ୍ଗଳବାର ବିଳମ୍ବତ ରାତିରେ ଅମନ ମଣ୍ଡଳ(୨୦) ନାମକ ଜଣେ ଯୁବକ ପାଇପ ସାହାଯ୍ୟରେ ଯାଇ ହଷ୍ଟେଲର ବାଥରୁମ୍‌ରେ ଲୁଚି ଦେଖୁଥିଲେ। ଏହି ସମୟରେ ଜଣେ ଛାତ୍ରୀ ବାଥରୁମ୍‌କୁ ଯାଇଥିଲେ। ଛାତ୍ରୀଜଣକ ଜୋର୍‌ରେ ପାଟି କରିବାରୁ ଯୁବକ ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବତୀଙ୍କ ପାଟି ଶୁଣି ହଷ୍ଟେଲ ସଂଚାଳିକା ଏବଂ ଅନ୍ୟ ଛାତ୍ରୀମାନେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ ଗିରଫ କରିଛି।

Share