ଫିରିଙ୍ଗିଆ,୧୦ା୮: ଗୋଟିଏ ବିଦ୍ୟାଳୟର ଶିକ୍ଷକ ଅନ୍ୟ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ଶିକ୍ଷକ ଏବଂ ପିଲାମାନଙ୍କୁ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ା ଏ ନେଇ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ ହେବାରୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ପାଦେରିପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସଞ୍ଜୟ କୁମାର ଦିଗାଲ। ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷକ ଦିଗାଲ କିଛିଦିନ ତଳେ ଡିଣ୍ଡିରାଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ କିଛି କାରଣ ନ ଥାଇ ଶିକ୍ଷକମାନଙ୍କୁ ଗାଳି ଗୁଲଜ କରି ପିଲାମାନଙ୍କୁ ପଢ଼ାଇବାକୁ କହିଥିଲେ। ଘଟଣା ନେଇ ବିଇଓଙ୍କ ପାଖରେ ଅଭିଯୋଗ ହୋଇଥିଲା। ବିଇଓ ବିନୋଦ କୁମାର ଦିଗାଲ ତଦନ୍ତ ପରେ ସଞ୍ଜୟଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ କରଣ୍ଡାଗଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

କନ୍ଧମାଳର ଟୁଇଟର ମ୍ୟାନ ହେଲେ ସମ୍ମାନିତ
ଜି.ଉଦୟଗିରି,୧୨ା୪(ଚିନ୍ମୟ କୁମାର ସେଠୀ)-ଓଡ଼ିଶାର ଏକ ସାମାଜିକ ସଂଗଠନ ଆସୋସିଏଶନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଏଟିଏ) ତରଫରୁ ପୁରୀଠାରେ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ...

ବିଜୁଳି, ଘଡଘଡି ସହ ଛେଚୁଛି ବର୍ଷା
ଦାରିଙ୍ଗବାଡ଼ି,୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନଠାରୁ ବର୍ଷା ଲାଗିରହିଛି। ଅଦିନିଆ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ସାମାନ୍ୟ ଆସ୍ବସ୍ତି...

ସାଧାରଣ ଚଳଣି ସହ ସ୍ବାସ୍ଥ୍ୟ ଗଠନ ନେଇ ପାଠ ପଢାଇଲେ ଶିକ୍ଷକ, ଦିବ୍ୟାଙ୍ଗ ଓ ସାଧାରଣ ଛାତ୍ରୀଛାତ୍ରଙ୍କୁ ସମାନ ଶିକ୍ଷା ପ୍ରଦାନ ପାଇଁ ତାଲିମ
ଦାରିଙ୍ଗବାଡ଼ି, ୧୨।୪ (ଅରୁଣ ସାହୁ): ସାଧାରଣ ଚଳଣି ଓ ସ୍ବାସ୍ଥ୍ୟ ଗଠନ ରହିଥିବା ଛାତ୍ରୀଛାତ୍ରଙ୍କ ଭଳି ସହ ସମାନ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ
ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍ଏନ୍ଏଲ୍ର ମୋବାଇଲ ନେଟ୍ଓ୍ବର୍କ ଠପ୍ ହୋଇଯାଇଛି।...

ରାଜପଥରେ କିଏ ଛାଡ଼ିଗଲା ବାଇକ୍, ଲୋକେ ଭୟଭୀତ
ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ୫୯ ନଂ ଜାତୀୟରାଜପଥର କାରିପାଙ୍ଗାଠାରେ ଏକ ଅଜଣା ଲୋକ ବାଇକ୍ ଛାଡ଼ି ପଲାଇଯାଇଥିବା ନେଇ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ: ମା’ କୋଳକୁ ଫେରିଲା ହଜିଲା ପୁଅ, କୋଳେଇନେଇ…
ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ
ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ...

ଖବର ପ୍ରକାଶ ପରେ ତତ୍ପର ହେଲେ ପ୍ରକଳ୍ପ ପ୍ରଶାସକ: ବ୍ୟବସାୟୀଙ୍କୁ ଶୀଘ୍ର ହାଟ ଯୋଗାଇବାକୁ ଦେଲେ ନିର୍ଦ୍ଦେଶ
ଦାରିଙ୍ଗବାଡ଼ି,୧୧ା୪: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ଜନଜାତି ହାଟ କାମରେ ଆସୁନଥିବା ଶୀର୍ଷକ ଖବର କେବଳ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା...