Advertisement
Categories: କନ୍ଧମାଳ

ଗାଳି ଗୁଲଜ କରି ଶିକ୍ଷକ ନିଲମ୍ବିତ

ଫିରିଙ୍ଗିଆ,୧୦ା୮: ଗୋଟିଏ ବିଦ୍ୟାଳୟର ଶିକ୍ଷକ ଅନ୍ୟ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ଶିକ୍ଷକ ଏବଂ ପିଲାମାନଙ୍କୁ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ା ଏ ନେଇ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ ହେବାରୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେ ହେଲେ ପାଦେରିପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସଞ୍ଜୟ କୁମାର ଦିଗାଲ। ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷକ ଦିଗାଲ କିଛିଦିନ ତଳେ ଡିଣ୍ଡିରାଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ କିଛି କାରଣ ନ ଥାଇ ଶିକ୍ଷକମାନଙ୍କୁ ଗାଳି ଗୁଲଜ କରି ପିଲାମାନଙ୍କୁ ପଢ଼ାଇବାକୁ କହିଥିଲେ। ଘଟଣା ନେଇ ବିଇଓଙ୍କ ପାଖରେ ଅଭିଯୋଗ ହୋଇଥିଲା। ବିଇଓ ବିନୋଦ କୁମାର ଦିଗାଲ ତଦନ୍ତ ପରେ ସଞ୍ଜୟଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ କରଣ୍ଡାଗଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel