ଗାୟତ୍ରୀ ମନ୍ତ୍ର ଜପିଲେ କୁନି ଇନାୟା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ସୋହା ଅଲୀ ଖାନ୍‌ ଓ କୃଣାଲ ଖେମୁଙ୍କ ଝିଅ ଇନାୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇ ତୈମୁରଙ୍କ ଭଳି ସେ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ। ଭିଡିଓରେ ଇନାୟା ଗାୟତ୍ରୀ ମନ୍ତ୍ର ବୋଲୁଥିବାର ଦେଖାଯାଇଛି। ତାଙ୍କ କ୍ୟୁଟ୍‌ ଅନ୍ଦାଜ୍‌ ଦର୍ଶକଙ୍କୁ ପସନ୍ଦ ଆସିଛି। ପିତା କୃନାଲ ନିଜ ସୋସିଆଲ ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି। କେବଳ ୟୁଜର୍ସ ନୁହେଁ, ବହୁ ଅଭିନେତା ଏବଂ ଅଭିନେତ୍ରୀମାନେ ଇନାୟାଙ୍କୁ ଦେଖି ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏତେ ଛୋଟ ବେଳୁ ମନ୍ତ୍ର ଉଚ୍ଚାରଣ କରି ଇନାୟା ନିଜ ଟ୍ୟାଲେଣ୍ଟର ପରିଚୟ ଦେଇଛନ୍ତି ବୋଲି ସେମାନେ ମତ ଦେଇଛନ୍ତି।

 

 

Share